କେରଳ: ପ୍ରବଳ ବର୍ଷା କେରଳର ପରିସ୍ଥିତିକୁ ଆହୁରି ଖରାପ କରିଛି। ସାରା ରାଜ୍ୟରେ ମୋଟ ୬୫ଟି ରିଲିଫ୍ ଶିବିର ଖୋଲାଯାଇଛି । ଯେଉଁଥିରେ ୧୪୬୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି । ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ସହିତ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ସ୍ଥାପନ କରୁଛନ୍ତି ।
ସୂଚନାନୁଯାୟୀ, ଏହି ପ୍ରବଳ ବର୍ଷାରେ ୧୭ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୧୨୭ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ସନ୍ଧ୍ୟା ୬ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ସରକାରୀ ଭାବେ ନିଶ୍ଚିତ କରାଯାଇଛି । ଏଥିରେ ୬ ଜଣ ନିଖୋଜ ମଧ୍ୟ ରହିଛନ୍ତି । ଜନପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଏକାଧିକ ସଂସ୍ଥା ମିଳିତ ସନ୍ଧାନ ଅଭିଯାନ ଚଳାଇଛନ୍ତି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ୬୫ଟି ରିଲିଫ୍ ଶିବିର ଖୋଲାଯାଇଛି । ଯେଉଁଥିରେ ୧୪୬୫ ଜଣ ଲୋକ ଆଶ୍ରୟ ନେଇଛନ୍ତି । ଆବଶ୍ୟକ ହେଲେ ଅଧିକ ଲୋକଙ୍କୁ ରିଲିଫ୍ ଶିବିରକୁ ପରିବହନ କରିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ପ୍ରବଳ ବର୍ଷା ହେଉଥିବା ଅଞ୍ଚଳରେ ବର୍ଷା କମିଯାଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ବସ୍ତି ମିଳିଛି । ଏଥିସହ ବିଭିନ୍ନ ଡ୍ୟାମରେ ଜଳ ପ୍ରବାହ ଉପରେ କଡ଼ା ନଜର ରଖାଯାଇଥିବାବେଳେ ପାହାଡିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।