Spread the love

କେନ୍ଦ୍ରାପଡା : ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଗତ ୨୩ ତାରିଖରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଆସନ୍ତା ୨୭ ତାରିଖରେ ସଂପୃକ୍ତ ୱାର୍ଡମେମ୍ବରଙ୍କ ଦସ୍ତଖତର ସଠିକତା ଯାଞ୍ଚ ହେବ । ଏଥିପାଇଁ ୱାର୍ଡମେମ୍ବରମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ମହାକାଳପଡ଼ା ବିଡିଓଙ୍କୁ ପତ୍ର ଲେଖି ଜଣାଇଛନ୍ତି ଉପଜିଲ୍ଲାପାଳ ।

ଗତ ଜୁନ୍ ମାସରେ ବିଡିଓଙ୍କ ସହ ବିବାଦ ଏବଂ ଚାମେଲିଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବଡ଼ ରାଜନୈତିକ ହଙ୍ଗାମା ଦେଖାଦେଇଥିଲା । ସ୍ଥାନୀୟ ସମସ୍ୟାକୁ ନେଇ ମହାକାଳପଡ଼ା ବ୍ଲକ ଅଫିସ ଭିତରେ ଚାମେଲୀ ଓଝା ଓ ବିଡିଓଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ସରକାରୀ କାର୍ଯ୍ୟରେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ ଜୁନ୍ ୧୩ ତାରିଖରେ ପୋଲିସ ଚାମେଲିଙ୍କୁ ଗିରଫ କରିଥିଲା । ଗିରଫ ହେବାର କିଛି ଦିନ ପରେ କୋର୍ଟରୁ ଚାମେଲୀ ଓଝାଙ୍କୁ ଜାମିନ ମିଳିଥିଲା । ଜେଲରୁ ମୁକୁଳିବା ପରେ ସେ ବ୍ଲକ ପ୍ରଶାସନ ବିରୋଧରେ ଓ ନ୍ୟାୟ ଦାବିରେ ବ୍ୟାପକ ଆନ୍ଦୋଳନ ଓ ଅନଶନ କରିଥିଲେ ।

Leave a Reply

Your email address will not be published. Required fields are marked *