Spread the love

ନୂଆଦିଲ୍ଲୀ : ଆସମରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ।  ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଦ୍ଵାରା ପରିଚାଳିତ ଏକ ବଡ଼ ସ୍ଲିପର୍ ସେଲ୍ ନେଟୱର୍କକୁ ଧ୍ବଂସ କରିଛି ଆସାମ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ।  ଏହି ସମସ୍ତ ଅପରେଟିଭ୍ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଶହଜାଦ୍ ଭଟ୍ଟି ନେଟୱର୍କ ସହ ସିଧାସଳଖ ଜଡ଼ିତ ଥିବା ଜଣାପଡ଼ିଛି ।  ବିଶେଷ ସୁତ୍ରରୁ ଖବରପାଇ ଆସାମର ବିଭିନ୍ନ ଜିଲ୍ଲାରେ ଏକକାଳୀନ ଚଢ଼ାଉ କରି ଏହି ୩ ଜଣଙ୍କୁ ଗିରଫ କରିଛି ପୋଲିସ।

ଆସାମ ପୋଲିସ ଏସଟିଏଫ ଏସପିଙ୍କ ସୂଚନା ଅନୁଯାୟୀ, ଏହି ମଡ୍ୟୁଲ୍ ଭାରତରେ ଏକ ବଡ଼ ଧରଣର ନେଟୱର୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଥିଲା ।  ଅନଲାଇନ୍ ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କୁ ମତିଭ୍ରମ କରିବା, ଭାରତ ବିରୋଧୀ ପ୍ରଚାର କରିବା, ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ଏବଂ ସ୍ଲିପର୍ ସେଲ୍ ସକ୍ରିୟ କରିବା ସେମାନଙ୍କର ମୁଖ୍ୟ କାମ ଥିଲା।

ଚଢ଼ାଉ ବେଳେ ସେମାନଙ୍କ ପାଖରୁ ୫ଟି ମୋବାଇଲ୍ ଫୋନ, ୭ଟି ସିମ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ଅନେକ ଆପତ୍ତିଜନକ ଦଲିଲ ଜବତ କରାଯାଇଛି। ଅନ୍ୟ ଆତଙ୍କୀ ସଂଗଠନ ସହ ସମ୍ପର୍କତଦନ୍ତରୁ ଜଣାପଡ଼ିଛି ଯେ ଏହି ଶହଜାଦ୍ ଭଟ୍ଟି ନେଟୱର୍କ କେବଳ ISI ନୁହେଁ, ବରଂ ଅନ୍ୟ କେତେକ ଦେଶଦ୍ରୋହୀ ସଂଗଠନ ସହ ମଧ୍ୟ ମିଶି କାମ କରୁଛି।

Leave a Reply

Your email address will not be published. Required fields are marked *