Spread the love

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି। ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ।

ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଘୁରି ବୁଲୁଛି । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି। ଇଓ ଓଡ଼ିଶା ପକ୍ଷରୁ ବିଜ୍ଞାପନ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି ।

ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଘୁରି ବୁଲୁଛି । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି। ଇଓ ଓଡ଼ିଶା ପକ୍ଷରୁ ବିଜ୍ଞାପନ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି । ପ୍ରଶାସନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଟଙ୍କା ଦେଇ ଭିଆଇପି ଦର୍ଶନ ସୁବିଧା ଦେବାର ଅଧିକାର ଦେଇ ନାହିଁ ।“ଇଓଓଓଡିଶା” ନାମକ ସଂସ୍ଥା ଦ୍ୱାରା ଦିଆଯାଇଥିବା ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ସାଧାରଣ ଲୋକଙ୍କୁ ଠକେଇ କରିବା ପାଇଁ କରାଯାଇଛି । ତେଣୁ ସାଧାରଣ ଲୋକଙ୍କୁ ଏପରି ପ୍ରକାରର ବିଜ୍ଞାପନ ଉପରେ ବିଶ୍ୱାସ ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *