ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରିପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୪୫,୫୫୫ ରୁ ଅଧିକ ବରିଷ୍ଠ ନାଗରିକ ଏହି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଲାଭ ଉଠାଇ ଭାରତର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଛନ୍ତି।