Spread the love

ନୂଆଦିଲ୍ଲୀ : ପ୍ରଶ୍ନ ପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତାଙ୍କ ସରକାରୀ ହ୍ୟାଣ୍ଡେଲ ପୋଷ୍ଟରେ ସିଧାସଳଖ ଭାବେ ପେପର୍ ଲିକ୍ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ । ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯୁବପିଢିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି ଯେ, ପେପର୍ ଲିକ୍ ମାମଲାରେ ବିଚାରକୁ ତ୍ବରାନିତ କରିବାକୁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ । ଯାହା ଦ୍ବାରା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯାଇପାରିବ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ଛାତ୍ରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ।

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବାବେଳେ, କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ପରୀକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ଓ ଜବାବଦେହିତା ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *