ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଟ୍ ଅଫ୍ ଶୀର୍ଷରେ ରହିଛି ରେଭେନ୍ସା । କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଓ ବିଜ୍ଞାନରେ ସର୍ବାଧିକ ୯୩.୪୦ % ପ୍ରତିଶତ ରହିଛି । ବିଜ୍ଞାନ କଟ୍ ଅଫ୍ ର ଦ୍ବିତୀୟ ସ୍ଥାନରେ ରହିଛି ବିଜେବି । କଟ୍ ଅଫ୍ ରହିଛି ୯୦ ପ୍ରତିଶତ ।
ଚଳିତବର୍ଷ ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪, ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି । ଆସନ୍ତା ଜୁଲାଇ ୨୩ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି ।