Spread the love

ପଦ୍ମପୁର: ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ । ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରୁ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ।

ସୂଚନାଅନୁଯାୟୀ, କନସିଂହା ଗାଁର ୯ ଜଣ ଯୁବକ ମଙ୍ଗଳବାର ବରିହାପାଲି ପଞ୍ଚାୟତ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ କୁଠିଖୋଳକୁ ଯାଇଥିଲେ । ପରେ ସେମାନେ ପାହାଡ ଉପରକୁ ଚଢ଼ିଥିଲେ । କିଛି ସମୟ ପରେ ଦଳର ଦୁଇ ଜଣ ସଦସ୍ୟ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ ଏବଂ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେବା ଖୋଜାଖୋଜି ଜୋରଦାର ହୋଇଥିଲା । ବନ ବିଭାଗର କର୍ମଚାରୀ, ସ୍ଥାନୀୟ ଲୋକ ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହାୟତାରେ ନିଖୋଜ ଯୁବକମାନଙ୍କ ସନ୍ଧାନ ପାଇଁ ପ୍ରୟାସ ଜାରି ରହିଛି । ନିଖୋଜ ଯୁବକମାନଙ୍କୁ ଶୀଘ୍ର ଠାବ କରିବା ପାଇଁ ପରିବାର ସଦସ୍ୟମାନେ ପ୍ରଶାସନ ଓ ବନ ବିଭାଗ ନିକଟରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *