Spread the love

ଟିଟିଲାଗଡ଼: କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀଙ୍କୁ କ୍ରମାଗତ ଭାବରେ ଅବହେଳା କରୁଥିବା ଅଭିଯୋଗ କରି ଆଜି ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବିଶାଲ ମେଳି ଓ ରାଲି ପୁଲିସ ପ୍ରଶାସନର ନିଦ ହଜେଇ ଦେଇଥିବା ଦେଖାଯାଇଥିଲା। ସମଗ୍ର ସହର ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ଶହ ଶହ ସଂଖ୍ୟାରେ ଆଦିବାସୀ ସ୍ଥାନୀୟ ହାଟପଦା ପଡା ସ୍ଥିତ ଘଣ୍ଟାଶୁନି ମନ୍ଦିରରୁ ପାରମ୍ପରିକ ଡକାବାଦ୍ୟ ସହ ଅସ୍ତ୍ରଶସ୍ତ୍ର ସହ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି।

ଟିଟିଲାଗଡ଼ ଆଦିବାସୀ ସଂଘ ସଭାପତି ପଦ୍ମନ ପ୍ରଧାନୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ପୁର୍ବ ସରକାରରେ ଅନ୍ବେଷା ଯୋଜନା ପ୍ରଣୟନ ସହ ଆଦିବାସୀ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ଶିକ୍ଷାରୁ ବଞ୍ଚିତ କରିଛନ୍ତି, ଆଦିବାସୀଙ୍କ ବିଭିନ୍ନ ସାମ୍ବିଧାନିକ ଦତ୍ତ ଅଧିକାରରୁ ବଞ୍ଚିତ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଆଦିବାସୀ ସଂଘ କର୍ମକର୍ତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ପ୍ରବେଶ ସହ କାର୍ଯ୍ୟାଳୟ ଭିତରେ ଖଣ୍ଡା, ଟାଙ୍ଗୀ ବୁଲିବା ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *