Spread the love

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ଆଦି ମଧ୍ୟ ଉପସ୍ଥିତ ଅଛନ୍ତି । ପୁରୀ ଜିଲ୍ଲାରବିଧାୟିକା ଉପାସନା ମହାପାତ୍ର,ଓମ୍ ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ସୁନୀଲ ମହାନ୍ତି, ତୁଷାରକାନ୍ତି ବେହେରା,ଓ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ରଥ ନିର୍ମାଣ,ନୀତିକାନ୍ତି ପାଇଁ ଦ୍ରବ୍ୟ ଯୋଗାଣ,ରାସ୍ତା,ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦିଆଯାଇଥିବା ଡେଡ୍ ଲାଇନ୍ ଅନୁଯାୟୀ କେତେ କାମ ହୋଇଛି ,ସେନେଇ ମାନସ ମନ୍ଥନ ହେଉଛି ।

ରଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ମନ୍ତ୍ର:

ଅଘଟଣ ଶୂନ୍ୟ ରଥଯାତ୍ରା ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୧୦ ସୂତ୍ରୀ ନିର୍ଦ୍ଦେଶ ।

୧) ଚଳିତ ବର୍ଷ ବର୍ଷ ଛୋଟ ମୋଟ ଘଟଣା ସତ୍ତ୍ୱେ, ନୀତିକାନ୍ତି ସଠିକ୍ ସମୟରେ ହୋଇଛି । ସେହିପରି ରଥଯାତ୍ରା ସମୟରେ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୨) ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ ଦେବା ସହ ଇନର୍ କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ନିର୍ଦ୍ଦେଶ । କେବଳ ନୀତିକାନ୍ତି ସମ୍ପୃକ୍ତ ସେବକ ଓ ଅଧିକାରୀ ଙ୍କୁ ଇନର୍ କର୍ଡନ ପାସ୍ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ।

୩) ଅନୁକୂଳ ପାଗ ଯୋଗୁଁ ରେକର୍ଡ ଭକ୍ତ ଆସି ପାରନ୍ତି । ତେଣୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ AI ଓ DRONE ବ୍ୟବହାରକୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୪) ମହିଳା ଯାତ୍ରୀଙ୍କ ସୁରକ୍ଷା ସହିତ ରିଅଲ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୫) ଧର୍ମୀୟ ସ୍ଥଳୀକୁ ସବୁବେଳେ ଟାର୍ଗେଟ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ।

୬) ଦୁର୍ଘଟଣା ବା ଅଘଟଣ ହେଲେ ପ୍ରତ୍ୟେକ ଜୀବନ ବଞ୍ଚାଇବାକୁ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

୭) ଯାନବାହନ ଟ୍ରାଫିକ ସୁପରିଚାଳନା ,ଖାଦ୍ୟର ମାନ ଯାଞ୍ଚ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୮) ପାଣିପାଗର ଅନୁମାନ ଦେଖି ବର୍ଷା କିମ୍ବା ଗୁଳୁଗୁଳି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୯) ଜାତୀୟ ରାଜପଥ ଦୁର୍ଘଟଣା ରୋକିବାକୁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୦) ନୀତିକାନ୍ତି ସମ୍ପର୍କରେ ଭକ୍ତଙ୍କୁ ଆଗୁଆ ସୂଚନା ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *