Spread the love

ଚେନ୍ନଇ: ତାମିଲନାଡ଼ୁରେ ବେଆଇନ ଭାବେ ରହୁଥିବା ୫୦ଜଣ ବାଂଲାଦେଶୀକୁ ବିତାଡ଼ିତ କରାଯାଇଛି। ସେମାନଙ୍କୁ ବାଂଲାଦେଶକୁ ପଠାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା। ଇତିମଧ୍ୟରେ ସେମାନଙ୍କୁ ହାୱଡ଼ା ଏକ୍ସପ୍ରେସ୍‌ ଯୋଗେ ପଶ୍ଚିମବଙ୍ଗ ପଠାଯାଇଛି। ସେମାନଙ୍କ ସହ ଏକ ୪୦ଜଣିଆ ପୁଲିସ ଦଳ ପଶ୍ଚିମବଙ୍ଗ ଯାତ୍ରା କରିଛି। ପଶ୍ଚିମବଙ୍ଗର ହରିଦାସପୁରରେ ସେମାନଙ୍କୁ ତାମିଲନାଡୁ ପୁଲିସ ବିଏସ୍‌ଏଫ୍‌କୁ ସମର୍ପି ଦେବେ। ଏହାପରେ ବିଏସ୍‌ଏଫ୍‌ ସେମାନଙ୍କୁ ବାଂଲାଦେଶ ପଠାଇବାକୁ ବ୍ୟବସ୍ଥା କରିବ। ଏହି ବାଂଲାଦେଶୀ ଦଳରେ ୪୪ଜଣ ପୁରୁଷ ଓ ୬ଜଣ ମହିଳା ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *