Spread the love

ବଲାଙ୍ଗିର: ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ କାମ ଚାଲିଛି ତ କେଉଁ ସଫା ନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡ଼ିଛି ।

ଅନ୍ୟପଟେ, ଆଜି ପ୍ରବଳ ବର୍ଷା । ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *