Spread the love

ଘଟଗାଁ: ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳର ଚଣ୍ଡିଆ ସାମଲ ବୋଲି ସୂଚନା ମିଳିଛି। ଚଣ୍ଡିଆଙ୍କ ସହ ୭ ଜଣ ଯୁବକ ଘଟଗାଁ ନିକଟରେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ଭୋଜି କରିବାକୁ ଆସିଥିଲେ। ଚଣ୍ଡିଆ ଜଳପ୍ରପାତର ବିପଦପୂର୍ଣ୍ଣ ସ୍ଥାନକୁ ଯାଇଥିବା ବେଳେ ଆସାବଧାନତା ଯୋଗୁ ବୁଡ଼ି ଯାଇ ନିଖୋଜ ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ସନ୍ଧାନ ଚଳାଇଛନ୍ତି ।

ସୂଚନା ଅନୁସାରେ, ଚଣ୍ଡିଆ ସାମଲ ନିଜର ୭ ଜଣ ସାଙ୍ଗଙ୍କ ସହ ଭୋଜି କରିବା ପାଇଁ ଗୁଣ୍ଡିଚାଘାଗି ଜଳପ୍ରପାତକୁ ଆସିଥିଲେ । ସମସ୍ତେ ବୁଲାବୁଲି କରୁଥିବା ବେଳେ ଚଣ୍ଡିଆ ଜଳପ୍ରପାତର ଏକ ବିପଦପୂର୍ଣ୍ଣ ସ୍ଥାନକୁ ଯାଇଥିଲେ । ସେଠାରେ ପାଣିର ସ୍ରୋତ ଅଧିକ ଥିବାରୁ ସେ ହଠାତ୍ ସନ୍ତୁଳନ ହରାଇ ପାଣିରେ ବୁଡ଼ିଯାଇଥିଲେ । ତାଙ୍କ ସାଙ୍ଗମାନେ ତୁରନ୍ତ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ ।

Leave a Reply

Your email address will not be published. Required fields are marked *