Spread the love

ରାଜସ୍ଥାନ : ରାଜସ୍ଥାନ ଆମେରରେ ବଡ଼ ଅଘଟଣ । ଅରାବଳୀ ପ୍ୟାଲେସ ହୋଟେଲ ପରିସରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡିଛି । ଏହି ଘଟଣାରେ ଧ୍ବଂସାବଶେଷ ତଳେ ଅଧା ଡଜନରୁ ଅଧିକ ଶ୍ରମିକ ଦବିଥିବା ଜଣାପଡିଛି । ଘଟଣାରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ତାଲାମୋଡ ନିକଟରେ ହୋଇଛି ।

ଖବର ମୁତାବକ, ଅରାବଳୀ ପ୍ୟାଲେସ ହୋଟେଲର କାନ୍ଥ ନିର୍ମାଣ ଚାଲୁଥିଲା । ଶ୍ରମିକମାନେ କାନ୍ଥ ନିକଟରେ ସ୍ବେରେଜ ପାଇଁ ଥିବା ଗାତ କାମ କରୁଥିବା ବେଳେ ହଠାତ୍ ନିର୍ମାଣାଧୀନ କାନ୍ଥ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ ।

କାନ୍ଥ ଭୁଶୁଡ଼ିବା ଯୋଗୁଁ ଲୋକଙ୍କ ଚିତ୍କାର ଶୁଣାଯାଇଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକ ଦୌଡି ଆସିଥିଲେ । ଘଟଣାରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକ ଶ୍ରମିକମାନଙ୍କୁ ଧ୍ବଂସାବଶେଷ ତଳୁ ଉଦ୍ଧାର କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *