Spread the love

ଯାଜପୁର : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ରାଜୀବ ଲୋଚନ ବାରିକ । ମୃତ୍ୟୁ ପରେ ନିଶା ନିବାରଣ କେନ୍ଦ୍ରରେ ପ୍ରବଳ ଉତ୍ତେଜନା । ଏଭଳି ଘଟଣା ଘଟିଛି ଯାଜପୁର ଜାରକା ସ୍ଥିତ ସୁଧାର ପଥ ମଦ ଓ ନିଶା ନିବାରଣ କେନ୍ଦ୍ରରେ ।

ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ଗତ ୨ମାସ ହେବ ପରିବାର ଲୋକ ରାଜୀବକୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗତ ୧୫ଦିନ ହେବ ସେ ଭଲ ହୋଇ ଘରକୁ ଫେରିଥିଲେ । ଚୁଟି କାଟିବା ପାଇଁ ରାଜୀବଙ୍କୁ ନିଶା ନିବାରଣ କେନ୍ଦ୍ରକୁ ଆସିବା ପାଇଁ କୁହାଯାଇଥିଲା । ରାଜୀବଙ୍କୁ ପୁଅ ଆଣି ପୁଣି ଛାଡିଥିଲେ । ତେବେ ସେଠାରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଥିବା କେନ୍ଦ୍ର ପକ୍ଷରୁ ପରିବାର ଲୋକଙ୍କୁ ଖବର ଯାଇଥିଲା । ପରିବାର ଲୋକେ ମେଡିକାଲରେ ପହଁଚିବା ପରେ ରାଜୀବଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକେ ଓ ଗ୍ରାମର ଯୁବକ ମାନେ ନିଶା ନିବାରଣ କେନ୍ଦ୍ର ସମ୍ମୁଖରେ ହୋହାଲ୍ଲା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ । ଏପରିକି କେନ୍ଦ୍ରରେ ତାଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଁଚି ନିଶା ନିବାରଣ କେନ୍ଦ୍ରର ପରିଚାଳକ ଓ କର୍ମଚାରୀଙ୍କୁ ଥାନାକୁ ନେଇ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *