Spread the love

ଭବାନୀପାଟଣା: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିଗୁଡ଼ି ରେ ଏକ ଓଭର ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କୁ କେନ୍ଦ୍ରକରି ଆଜି କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଲୋକେ ରାସ୍ତାକୁ ଅବରୋଧ କରିଥିଲେ। ପରେ ପ୍ରଶାସନିକ ଅଧିକାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ଅନୁଯାୟୀ ୨୬ ନମ୍ୱର୍ ଜାତୀୟ ରାଜପଥ ର ପାଷ୍ଟିକୁଡ଼ି ଠାରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏସଂକ୍ରାନ୍ତରେ କ୍ଷତିପୂରଣ ସହ ସମୟ ଦେବା ପ୍ରଶାସନ ଏବଂ ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା ହେଇଥିଲା। ହେଲେ ଆଜି ପ୍ରଶାସନ ପକ୍ଷରୁ ପାଷ୍ଟିକୁଡିରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରି ଘର ଭାଙ୍ଗିବା କୁ ଉଦ୍ୟମ କରିବାରୁ ଲୋକେ ତୀବ୍ର ପ୍ରତିବାଦ କରିଥିଲେ। କ୍ଷତିପୂରଣ ପାଇଁ ନଥିବା ଲୋକଙ୍କୁ ଯଥା ଶୀଘ୍ର କ୍ଷତିପୂରଣ ଦେବା ସହ ଘର ଖାଲି କରିବା ପାଇଁ ୬ ମାସ ସମୟ ଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି କରିଥିଲେ। ସମାନ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ।

ଫଳରେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉଭୟ ପଟେ ଗାଡ଼ିମୋଟର ଅଟକି ରହିଥିଲା। ପରେ ଜିଲା ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା ପରେ ଆଜି ପାଇଁ ଜମି ଅଧିଗ୍ରହଣ ଓ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ଉଚ୍ଚ ପଦାଧିକାରୀଙ୍କ ସହିତ ଏହି ବିଷୟରେ ପୁଣିଥରେ ବିସ୍ତୃତ ଆଲୋଚନା କରାଯିବା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *