ମୟୂରଭଞ୍ଜ: ଜନ୍ମ ଦେଇଥିବା ମାଆକୁ ଜଙ୍ଗଲରେ ଛାଡିଦେଲା ପୁଅ । ପୁଅ ଭୁଲି ଗଲା ମା’ର ମମତା । ୯୫ ବର୍ଷୀୟା ବୃଦ୍ଧା ମା’ର ଯତ୍ନ ନେବା ବଦଳରେ ପୁଅ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛି।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଅଞ୍ଚଳରେ। କନ୍ଦଳିଆ ଗାଁର ୯୫ ବର୍ଷୀୟା ବୃଦ୍ଧା ମାଆ ରୁକ୍ମିଣୀ ପାତ୍ରକୁ ଜଙ୍ଗଲରେ ଛାଡିଦେଇଛି ପୁଅ।
ସୂଚନାଥାଉକି,ରୁକ୍ମିଣୀଙ୍କ ବୟସ ଅଧିକ ହେବା ଯୋଗୁଁ ଠିକ୍ ଭାବରେ ଚଲାବୁଲା କରି ପାରୁନଥିଲେ । ଝିଅ ମା’ଙ୍କୁ ଘରେ ଆଣି ଛାଡ଼ିଦେଇଥିଲେ ଏହାପରେ ପୁଅ ଆଉ ନାତି ମାନେ ବୃଦ୍ଧା ମା’ଙ୍କ ସେବା କରିବା ବଦଳରେ ମା’ଙ୍କୁ ବୋଝ ଭାବିଥିଲେ । ଶେଷରେ ନିଜ ପୁଅ ମା’କୁ ନେଇ ପାଖ ଜଙ୍ଗଲରେ ଛାଡ଼ି ଦେଇ ଆସିଥିଲେ।