Spread the love

ଭୁବନେଶ୍ୱର : ଜେଲରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା। ରାଜସ୍ୱ ବିଭାଗର ଉପ ସଚିବ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୧ ବ୍ୟାଚର ଏହି ଆଇଏଏସ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଳାହାଣ୍ଡି ଧର୍ମଗଡର ସବ କଲେକ୍ଟର ଥିବା ବେଳେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଭିଜିଲାନ୍ସ ହାତରେ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏବେ ପୁଣି ସେ ଚାକିରିରେ ଯୋଗ ଦେଇଛନ୍ତି ।  ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ତାଙ୍କୁ ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *