ନୂଆଦିଲ୍ଲୀ: ସାରା ଦେଶରେ ଜାତୀୟ ଫୋରେନ୍ସି ସାଇନ୍ସେସ୍ ବିଶ୍ବବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ)ର ୯ଟି କ୍ୟାମ୍ପସ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିରୁ ଗୋଟିଏ କ୍ୟାମ୍ପସ ଓଡ଼ିଶାର ଖୋର୍ଦ୍ଧାରେ ଖୋଲାଯିବ। ଏହି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇସାରିଛି ବୋଲି ସରକାର ଜଣାଇଛନ୍ତି। ବିଶ୍ବବିଦ୍ୟାଳୟର ଅବଶିଷ୍ଟ କ୍ୟାମ୍ପସଗୁଡ଼ିକ ମହାରାଷ୍ଟ୍ରର ନାଗପୁର, ଛତିଶଗଡ଼ର ରାୟପୁର, ତାମିଲନାଡ଼ୁର ଚେଙ୍ଗଲପଟୁ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଖୋଲାଯିବ। ସେହିପରି ୭ଟି କେନ୍ଦ୍ରୀୟ ଫୋରେନ୍ସି ବିଜ୍ଞାନ ପ୍ରୟୋଗଶାଳା (ସିଏଫ୍ଏସ୍ଏଲ୍) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଗୋଟିଏ ପ୍ରୟୋଗଶାଳା ଓଡ଼ିଶାର ଖୋରଧାରେ ମଧ୍ୟ ଖୋଲାଯାଇଛି।