କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଚାକିରୀ ଦେବା ନାମରେ ବାହାର ରାଜ୍ୟକୁ ପଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ପୁଲିସ ମୁଖ୍ୟ ଦଲାଲ ସହ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି।
ସୂଚନା ଅନୁଯାୟୀ ଏହି ଅଞ୍ଚଳର ଜଣେ ନାବାଳିକାକୁ ଚାକିରୀ କରାଇଦେବାକୁ କହି କଙ୍କଡ଼ାହାଡ଼ ଥାନା ଅଞ୍ଚଳର ବିନୋଦ ପାତ୍ର ଭୁବନେଶ୍ୱର ନେଇ ସେଠାରୁ ଝାନ୍ସୀର ବାମକଲ୍ୟାଣ ଚନ୍ଦ୍ରପଳ କୁସୱାଶକୁ ବିକ୍ରୟ କରିଥିଲା। ଚନ୍ଦ୍ରାପାଲ ନାବାଳିକାକୁ ନେଇ ନିଜେ ଦୁଷ୍କର୍ମ କରିବା ସହିତ ତାର ଭାଇ ଓ ଦାଦା ମାନେ ମଧ୍ୟ ଦୁଷ୍କର୍ମ କରିଥିବାର ନାବାଳିକା ଥାନାରେ ଲିଖିତ ଅଭିଯୋଗ କରିଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ପ୍ରଥମେ ଦଲାଲ ବିନୋଦ ପାତ୍ର ଓ ପରେ ଝାନ୍ସୀର ବାମକଲ୍ୟାଣ ଚନ୍ଦ୍ରପାଲକୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଥିବାର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।