ଉଦଳା : କଟକ କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର । ଅନ୍ୟ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତକାଲି ତ୍ରିଶୂଳିଆରେ କାଠଯୋଡି ପୋଲ ତଳୁ ମିଳିଥିଲା ।
ମୃତକ ଚନ୍ଦ୍ରିକାଙ୍କ ଘର ଉଦଳା ଥାନା ରାଇଦାଣ୍ଡିଆ ଗାଁରେ । ଝିଅର ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଭୀମସେନ ପ୍ରସାଦ ଟୁଡୁଙ୍କୁ ଭଲ ପାଉଥିଲେ ।
ଉଭୟ ଦୀର୍ଘ ବର୍ଷ ହେବ ସମ୍ପର୍କରେ ଥିଲେ । ଏପରିକି ଉଭୟ ୨୦୨୭ ରେ ବିବାହ କରିବେ ବୋଲି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏସବୁ ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ସ୍ଵାତୀ ନାମକ ଜଣେ ଯୁବତୀ ପଶିଥିଲେ । ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଏବଂ ସ୍ଵାତୀ ମିଳିତ ଭାବେ ଚନ୍ଦ୍ରିକାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ।