Spread the love

ନୟାଗଡ଼ : ଘର ପଛପଟୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ହେଲେ ନୟାଗଡ଼ ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁର ନିରୁପମା ସ୍ୱାଇଁ । ନିରୁପମା ଗୁଟୁଖା ଆଣିବାକୁ ଗତକାଲି ରାତିରେ ଗାଁ ଦୋକାନକୁ ଯାଇଥିଲେ। ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳୁ ଗାଁ ଘର ପଛପଟୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ମହିଳାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଖବରପାଇ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ପୋଲିସ । ହତ୍ୟା ପରେ ମହିଳାଙ୍କୁ କେହି ସେଠାରେ ପକାଇ ଦେଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *