Spread the love

ଭୁବନେଶ୍ଵର: ରାଜ୍ୟରେ ନୂଆ ସଫ୍ଟଓୟାର ଅପଡେଟ୍‌ ଯୋଗୁଁ ଅନଲାଇନ୍ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗତ କିଛି ମାସ ଧରି ଟଙ୍କା ମିଳିବାରେ ସମସ୍ୟା ଦେଖାଦେଇଛି। ସରକାର ଏହି ସମସ୍ୟାର ସମାଧାନ କରୁଛନ୍ତି। ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ। ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା। ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ପ୍ରୋବ୍ଲେମ ଥିଲା। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଂ ଚାଲିଛି। ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ। ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି। ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଂ ହୋଇଗଲା ପରେ ଭତ୍ତା ସମସ୍ୟା ଆଉ ରହିବ ନାହିଁ। ଏକାସାଙ୍ଗେ ହିତାଧିକାରୀଙ୍କୁ ଭତ୍ତା ମିଳିଯିବ ବୋଲି ହିତାଧିକାରୀଙ୍କୁ ଆଶ୍ୱସ୍ତ କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ।

ସୂଚନାନୁଯାୟୀ, ଜାତୀୟ ପେନସନ ଯୋଜନାରେ ଦୁଇ ମାସ ହେବ ଭତ୍ତା ମିଳିନି। ହିତାଧିକାରୀମାନେ ବ୍ୟାଙ୍କ ପଞ୍ଚାୟତ ଅଫିସକୁ ଦୌଡ଼ି ହନ୍ତସନ୍ତ ହେଉଛନ୍ତି। ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ନଦେଲେ ବିଜେଡି ଓ କଂଗ୍ରେସ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ୭ ଦିନ ଭିତରେ ଭତ୍ତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

 

Leave a Reply

Your email address will not be published. Required fields are marked *