Spread the love

କୋଲକତା: ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ସହ ୩ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ବହୁଚର୍ଚ୍ଚିତ ଆରଜି କର ମେଡିକାଲ କଲେଜତା ତଦନ୍ତ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲା। ଚଳିତ ନିର୍ବାଚନରେ ବିଜେପି ସରକାରକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏନେଇ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟ ପ୍ରତିଶୃତି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଏହାସହ ୩ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆରଜି କର ଘଟଣା ସମ୍ପର୍କରେ, ଆମେ ବିଶେଷ ଭାବରେ କଲକତା କମିଶନରେଟ ପୁଲିସ ବିନୀତ କୁମାର ଗୋୟଲ ଏବଂ ଅନ୍ୟ ଅଧିକାରୀଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛୁ। ଏହି ଅପରାଧିକ ଘଟଣାରେ ମାମଲାକୁ ଭୁଲ ଭାବରେ ପରିଚାଳନା କରିବାର ଅଭିଯୋଗ ମଧ୍ୟ ରହିଛି। ଏହା ବ୍ୟତୀତ ଦୁଇ ଜଣ ଅଧିକାରୀ ଅଭୟା ପରିବାରକୁ ଟଙ୍କା ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସେହି ସମୟରେ ଏହି ମାମଲା ସହିତ ଜଡିତ ସମସ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଅଧିକାରୀ ବିନୀତ ଗୋୟଲ, ଇନ୍ଦିରା ମୁଖାର୍ଜୀ ଏବଂ ଅଭିଷେକ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଛି।

ନିର୍ବାଚନ ପୂର୍ବରୁ ଉକ୍ତ ଘଟଣାର ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଦେଖିବାକୁ ମିଳିଥିଲା। ପିଡୀତଙ୍କ ମାଆ ରତ୍ନ ଦେବନାଥ ମମତା ସରକାର ଦୋଷୀଙ୍କୁ ଘଣ୍ଟା ଘୋଡ଼ାଉଥିବା ଅଭିଯୋଗ ଆଣିଥିଲେ। ଏହାସହ ନ୍ୟାୟ ଆଶାରେ ବିଜେପିରେ ଯୋଗଦେଇ ପାଣିହାଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ସହ ବିଜୟ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *