Spread the love

ଥାଣେ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଉପରେ ଲଗାତାର ଡାକ୍ତରଙ୍କ ଦଳ ନଜର ରଖିଛନ୍ତି ।

ସୂଚନାନୁଯାୟୀ, ଗତକାଲିଠାରୁ ହାଲକା ଜ୍ବର, ଆଳସ୍ୟ ଏବଂ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥିଲା ବୋଲି ଅଭିଯୋଗ କରିଥିଲେ । ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଲଗାତାର ଯାଞ୍ଚ କରାଯାଉଛି । ତାଙ୍କ ଅବସ୍ଥା ଥିବା ଥିବା ସୂଚନା ମିଳିଛି । ଏଥିସହ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ସିନ୍ଦେଙ୍କ ସମର୍ଥକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।

ସେପଟେ ଉଦ୍ଧବ ଠାକେରଙ୍କ ଶିବସେନା ଦଳର ୬ ଜଣ ବିଦ୍ରୋହୀ ସାଂସଦ ଏକନାଥ ସିନ୍ଦେଙ୍କ ସହ ମିଶି ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ । ଯାହା ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏହି ସମୟ ମଧ୍ୟରେ ଏକନାଥ ସିନ୍ଦେ ବହୁତ ଚର୍ଚ୍ଚାରେ ରହିଥିଲେ ।

ଏହା ଉଲ୍ଲେଖନୀୟ ଯେ, ଏକନାଥ ସିନ୍ଦେଙ୍କ ରାଜନୈତିକ କ୍ୟାରିଅର ବହୁତ ଆକର୍ଷଣୀୟ ହୋଇଛି । ସେ ପ୍ରଥମେ ଉଦ୍ଧବ ଠାକରେଙ୍କଠାରୁ ଅଲଗା ହୋଇ ନିଜର ଗୋଷ୍ଠୀ ଗଠନ କରିଥିଲେ । ପରେ କ୍ଷମତା ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ବିଧାନସଭା ନିର୍ବାଚନରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ସେ ଜଣେ ଦକ୍ଷ ଏବଂ କ୍ଷମତାଶୀଳ ବ୍ୟକ୍ତି ହୋଇଥିବାରୁ ବହୁ ସଂଖ୍ୟକ ନେତା ଓ କର୍ମୀ ଶିବସେନା ସିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *