ନୂଆଦିଲ୍ଲୀ : କାରିବିଆନ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜରେ ନୋରୋଭାଇରସ୍ ବ୍ୟାପିଛି। ଏଥିରେ ଥିବା ୩୧୧୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦୨ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇପଡ଼ିଛନ୍ତି । ଯାହାର ମୁଖ୍ୟ ଲକ୍ଷଣ ଝାଡା ଓ ବାନ୍ତି ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଏହି ଜାହାଜ ଯାତ୍ରା ଏପ୍ରିଲ ୨୮ ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇ ଫୋର୍ଟ ଲୌଡରଡେଲ୍ ରୁ ଯାତ୍ରା କରି ପୋର୍ଟ କାନାଭେରାଲ୍ରେ ଶେଷ ହେବାର ଥିଲା । କିନ୍ତୁ ଏହି ଯାତ୍ରା ସମୟରେ ସଂକ୍ରମଣ ବ୍ୟାପିଯାଇଥିଲା ।
ଏହି ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ହାତ, ଖାଦ୍ୟ, ପାଣି କିମ୍ବା ସେମାନେ ଛୁଇଁଥିବା ସ୍ଥାନରୁ ଅନ୍ୟମାନଙ୍କ ପାଖକୁ ସହଜରେ ସଂକ୍ରମିତ ହୋଇଥାଏ । କ୍ରୁଜ ଜାହାଜରେ ବ୍ୟାପିଥିବା ଏହି ପେଟ ରୋଗର କାରଣ ହେଉଛି ନୋରୋଭାଇରସ୍ । ଏହା ଶୀଘ୍ର ସଂକ୍ରମିତ ହୋଇନଥାଏ । ସେଥିପାଇଁ ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବ୍ୟାପିନଥିଲା । କ୍ରମାଗତ ଭାବେ ଧୀରେ ଧୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢିଥିଲା । ସେହି ସମୟରେ CDC ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରିଥିଲା । ଏଥିସହିତ ସ୍ୱାସ୍ଥ୍ୟ ଅଧିକାରୀମାନେ ଏବେ ଜାହାଜର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି। ଜାହାଜ ପରିମଳ କାର୍ଯ୍ୟକ୍ରମର ଅଂଶ ଭାବରେ ମଧ୍ୟ ବ୍ୟାପକ ପରୀକ୍ଷଣ ଚାଲିଛି । ସିଡିସି ସହିତ ସମନ୍ୱୟ ରଖି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।
ଅନ୍ୟପଟେ ଏହି ସଂକ୍ରମଣକୁ ରୋକିବାକୁ ସଫାସୁତୁରା ଜାରି ରଖାଯାଇଛି ବୋଲି ପ୍ରିନ୍ସେସ୍ କ୍ରୁଜେସ୍ କହିଛି ।