ପଶ୍ଚିମବଙ୍ଗ : ହଜାର ହଜାର ଲୋକଙ୍କ ଉପସ୍ଥିତିରେ କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ । ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ ଏବଂ ନିସିଥ ପ୍ରାମାଣିକଙ୍କ ସମେତ ଅନ୍ୟ ୫ ଜଣ ନେତା ମଧ୍ୟ ଶପଥ ଗ୍ରହଣ କରିଛନ୍ତି।
ଶୁଭେନ୍ଦୁଙ୍କ ଶପଥ ଉତ୍ସବ ପାଇଁ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି । ଉପସ୍ଥିତ ଅଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିସହ ବିଜେପି ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ଉପସ୍ଥିତ ରହିଛନ୍ତି । NDA ର ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ସାମିଲ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହୋଇଥିବା ଜଣାପଡିଛି ।