Spread the love

ନୂଆଦିଲ୍ଲୀ : ସମୁଦ୍ର ମଝିରେ ମହାମାରୀ ଆତଙ୍କ । ହାଣ୍ଟାଭାଇରସ୍ ସ୍ଥିତି ଉପରେ WHO ର ବଡ଼ ବୟାନ। ଡଚ୍ କ୍ରୁଜ୍ ସିପ୍ MV Hondius ରେ ହାଣ୍ଟାଭାଇରସ୍ ର ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଉଛି । WHOର ମହାମାରୀ ନିରୋଧ ବିଭାଗ ମୁଖ୍ୟ ମାରିଆ ଭାନ୍ କେରଖୋଭ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ଭାଇରସ୍ କୋଭିଡ-୧୯ କିମ୍ବା ଇନ୍ ଫ୍ଲୁଏଞ୍ଜା ଭଳି ଜଣଙ୍କଠାରୁ ଅନ୍ୟଜଣଙ୍କୁ ଶୀଘ୍ର ବ୍ୟାପିନଥାଏ । ତେଣୁ ସାଧାରଣ ଜନତାଙ୍କ ପାଇଁ ବର୍ତ୍ତମାନ ବିପଦ ବହୁତ କମ୍ ରହିଛି। ଜାହାଜରେ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। MV Hondius କ୍ରୁଜ୍ ସିପ୍ ରୁ ବ୍ୟାପୁଛି ହାଣ୍ଟାଭାଇରସ୍!। ନେଦରଲ୍ୟାଣ୍ଡରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଡଚ୍ କ୍ରୁଜ୍ ସିପ୍ MV Hondius ରେ ଜଣେ କିମ୍ବା ଏକାଧିକ ଯାତ୍ରୀଙ୍କ ଶରୀରରେ ମାରାତ୍ମକ ‘ହାଣ୍ଟାଭାଇରସ୍’ ଚିହ୍ନଟ ହେବା ପରେ ଜାହାଜଟିକୁ ସତର୍କତା ମଧ୍ୟରେ ରଖାଯାଇଛି ।

ସାଧାରଣତଃ ଏହି ଭୂତାଣୁ ସହରୀ ପରିବେଶ ଅପେକ୍ଷା ଜଙ୍ଗଲୀ ବା ଅପରିଷ୍କାର ସ୍ଥାନରେ ଥିବା ମୂଷାଙ୍କଠାରୁ ବ୍ୟାପିଥାଏ। କିନ୍ତୁ ଏକ ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ଏହାର ପ୍ରବେଶ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଚିକିତ୍ସା ବାହାରି ନାହିଁ। କେବଳ ସପୋର୍ଟିଭ୍ କେୟାର୍ ବା ଲକ୍ଷଣ ଅନୁଯାୟୀ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି। ଏହି ଭାଇରସ୍ ମୁଖ୍ୟତଃ ମୂଷା ଜାତୀୟ ପ୍ରାଣୀଙ୍କ ଠାରୁ ବ୍ୟାପିଥାଏ। ସେମାନଙ୍କର ପରିସ୍ରା, ଲାଳ କିମ୍ବା ମଳ ସଂସ୍ପର୍ଶରେ ଆସିଲେ ମଣିଷ ଶରୀରକୁ ଏହି ଭୂତାଣୁ ପ୍ରବେଶ କରେ। ରୋଗର ମୁଖ୍ୟ ଲକ୍ଷଣ ହେଉଛି ପ୍ରବଳ ଜ୍ୱର ଏବଂ ଥଣ୍ଡା ଲାଗିବା। ମାଂସପେଶୀରେ ଅସହ୍ୟ ଯନ୍ତ୍ରଣା । ମୁଣ୍ଡବିନ୍ଧା ଏବଂ କ୍ଳାନ୍ତି ଅନୁଭବ କରିବା । ବାନ୍ତି ହେବା କିମ୍ବା ପେଟ କାଟିବା। ରୋଗ ବଢ଼ିଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା। ଏହି ସ୍ଥିତି ଉପରେ WHO ର ତୀକ୍ଷ୍ଣ ନଜର ରହିଛି ଏବଂ MV Hondius କ୍ରୁଜ୍ ସିପ୍ ରେ ଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ପ୍ରୋଟୋକଲ୍ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *