Spread the love

ବଣାଇ: ମାଟି କାନ୍ଥ ଭୁଶୁଡ଼ି ୩୦ ଆହତ। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାନେଇକେଲା ଗାଁରେ ଅଘଟଣ ଘଟିଛି। ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବାବେଳେ କାନ୍ଥ ଭୁଶୁଡି ପଡିଥିଲା । ୩୦ ଜଣ ଆହତ ହୋଇଥିଲେ। ୨୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଗତ ଦୁଇବର୍ଷ ତଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପୋଙ୍ଗା ଗ୍ରାମ ପଞ୍ଚାୟତ କୁଲୁମୁହିଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା । ରାତିରେ ଶୋଇବା ସମୟରେ ଘରର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଥିଲେ ପରିବାରର ଅନ୍ୟଚାରି ଜଣ ସଦସ୍ୟ ।

କୁଲୁମୁହିଁ ଗ୍ରାମର ୱାଡାକା ବୁର୍ଜା ସ୍ତ୍ରୀ ୱାଡାକା କୁଡୁଞ୍ଜି,ବଡ଼ଝିଅ ୱାଡାକା ସାମନ୍ତୀ,ସାନଝିଅ ସଞ୍ଜୁନା ଓ ପୁଅ ସଞ୍ଜୁ ଘର ପରିବାର ସମସ୍ତେ ଖାଇସାରି ଘରେ ଶୋଇଥିବା ସମୟରେ ବର୍ଷା ପାଣିରେ ଭିଜି ଯାଇଥିବା ଘର କାନ୍ଥ ଭୁଶୁଡି ପଡ଼ିଥିଲା । ଏହି ଅଘଟଣରେ ୧୨ ବର୍ଷୀୟ ବଡ଼ଝିଅ ସାମନ୍ତୀର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

Leave a Reply

Your email address will not be published. Required fields are marked *