ଟିଟିଲାଗଡ଼ : ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୩ ମୃତ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁରେ ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା। ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ ଛୋଟ ପିଲାମାନେ ପାଖ ମାର୍ଲାଡ ଗାଁକୁ ଆସୁଥିଲେ । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।