ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା । ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରୁମମେଣ୍ଟ ନଥିବାର ସୁଯୋଗ ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ । ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ାରେ ଘଟିଛି ଘଟଣା । ପୀଡ଼ିତାଙ୍କ ଘର ଛତିଶଗଡ଼ ବିଳାସପୁର ଅଞ୍ଚଳର ଥିବା ସୂଚନା । ଅଭିଯୁକ୍ତ ଦୀପକ ପ୍ରଧାନକୁ ଗିରଫ କରିଛି ଇନଫୋଭାଲି ଥାନା ପୋଲିସ । ଅଭିଯୁକ୍ତର ଗଙ୍ଗପଡ଼ାରେ ଏକ ଗ୍ରୋସେରୀ ଦୋକାନ ରହିଛି । ଦୋକାନକୁ ଲାଗି ଏକ ଲେଡିଜ ହଷ୍ଟେଲ ରହିଛି ।
ଗତ ୨୪ ତାରିଖରେ ଛାତ୍ରୀ ଜଣଙ୍କ ନିଜ ରୁମ ମେଟ୍ ନଥିବା ବେଳେ ଏକାକୀ ଥିଲେ । ଏହାର ସୁଯୋଗ ନେଇ ହଷ୍ଟେଲରେ ପଶି ଦୁଷ୍କର୍ମ କରିଥିଲା ଦୀପକ । ଅଭିଯୁକ୍ତ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ । ପୋଲିସ ମାମଲା ନମ୍ବର ୧୪୦/୨୬ ଆଧାରରେ ଏକ ବଳାତ୍କାର ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଘର ଗାଙ୍ଗପଡ଼ାରେ।