Spread the love

ମହାକାଳପଡ଼ା: ଶାଶୁଘର ପଛପଟେ ବୋହୂର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଧା ଗାଁରେ ନିଜ ଶାଶୁଘର ପଛପଟ ବିଲରେ ବୋହୁର ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଛି । ମୃତକ ହେଲେ ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ ସୁରେଖା ମଣ୍ଡଳ । ତାଙ୍କ ବୟସ ହେଉଛି ୨୪ ବର୍ଷ । ପଟ୍ଟାମୁଣ୍ଡାଇ ଥାନା ନଳଢଳିଆ ଗ୍ରାମର ମନୋରଞ୍ଜନ ଦିଣ୍ଡାଙ୍କ ବଡ଼ ଝିଅ ସୁରେଖାଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ବିଶ୍ୱଜିତ ।

ମୃତକଙ୍କର ଗୋଟେ ଦେଢ଼ ବର୍ଷର ପୁଅ ମଧ୍ୟ ଅଛି । ବିଳମ୍ବିତ ରାତିରେ ସୁରେଖାଙ୍କୁ ଶାଶୁ ଘର ଲୋକେ ଜାଳି ମାରିଦେଛନ୍ତି ବୋଲି ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ସ୍ୱାମୀ ବିଶ୍ୱଜିତକୁ ଅଟକ ରଖି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *