Spread the love

ଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ନୋଟିସ କରିଛନ୍ତି । ଜୁନ୍‌ ଶେଷ ସୁଦ୍ଧା ତାହା ଖାଲି କରିବାକୁ ନୋଟିସରେ ଲେଖାଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବିଦେଶୀ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରୁ ପର୍ଯ୍ୟଟନ ଭବନରେ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲିଥିଲା । ପର୍ଯ୍ୟଟନ ଭବନର ତଳ ମହଲାର ୧୨୦୦ ସ୍କୋୟାର ଫୁଟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲିବା ଲାଗି ଭଡ଼ାରେ ଦେଇଥିଲା । ଭାରତୀୟ ପର୍ଯ୍ୟଟନ ବିଭାଗ ମାସିକ ଭଡ଼ା ବାବଦକୁ ୨୯ ହଜାର ୩୦୯ ଟଙ୍କା ପ୍ରଦାନ କରୁଥିଲା । ହେଲେ ଏବେ କାର୍ଯ୍ୟାଳୟ ଖାଲି କରିବାକୁ କୁହାଯାଇଛି ।

 

Leave a Reply

Your email address will not be published. Required fields are marked *