ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ ।
ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ତାଗିଦ୍ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଏଭଳି ଏକ ନୋଟିସ୍ ଲଗାଯାଇଛି । ଭୁବନେଶ୍ଵର ଆରଏସଏର ବିକ୍ରି ଅଧିକାରୀଙ୍କ ଦ୍ଵାରା ଏହି ନୋଟିସ୍ ଜାରି କରାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗିଥିବା କୁହାଯାଉଛି ।