Spread the love

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି ।

ପୋଲିସ କହିବା ମୁତାବକ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀର ନାଙ୍ଗଲୋଇ ନିବାସୀ ସୁମିତ କୁମାର ଚୌହ୍ବାନ ନାଗପୁର କୌଣସି ବ୍ୟକ୍ତିଗତ କାମରେ ଯାଇଥିଲେ । ନାଗପୁରର ୟଶବନ୍ତ ଷ୍ଟାଡିୟମ ଅଞ୍ଚଳରେ ଥିବା ବେଳେ ସେ ଫେସବୁକରେ ସନାତନୀ ଶେର ନାମ ଏକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ ହୋଇଥିବା ଦେଖିବାକୁ ପାଇଥିଲେ । ଏହି ଭିଡିଓରେ ବ୍ୟକ୍ତି ଜଣକ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ଗଡକରୀଙ୍କ ପରିବାର ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର କରି ଧମକ ଦେଇଛନ୍ତି ।

ଆଉ ଏହି ଭିଡିଓକୁ ଲିଙ୍କ କରି ଅନ୍ୟ ଏକ ଭିଡିଓରେ ଧାର୍ମିକ ଭାବନା ଉସୁକାଇବା ଏବଂ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ତିକ୍ତତା ଆଣିବା ପାଇଁ ବୟାନ ସାମ୍ନାକୁ ଆସିଥିଲା । ଏହାରର ଦେଖିବା ପରେ ବ୍ୟକ୍ତି ଜଣକ ଧନତୋଲୀ ପୋଲିସ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ମାମଲାକୁ ଗମ୍ଭୀରତାର ସହିତ ଗ୍ରହଣ କରି ଯାଞ୍ଚ ଆରମ୍ଭ କରିଥିଲେ । ଅଭିଯୁକ୍ତ ଜଣକ ନାଗପୁର ନିବାସୀ ଆୟୁଷ ରମେଶ ଚନ୍ଦ୍ର ଅଗ୍ରୱାଲ, ମହାଲକ୍ଷ୍ମୀ ନଗର ମାନେୱାଡା ଛକର ନିବାସୀ ବୋଲି ଜଣାପଡିଛି । ଭିଡିଓ ନାଗପୁରରୁ ପୋଷ୍ଟ କରାଯାଇଛି । ଆୟୁଷ ନକଲି ଆଇଡି ବ୍ୟବହାର କରି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ । ଏବେ ପୋଲିସ ଗିରଫ କରି ମାମଲାର ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *