ନୂଆଦିଲ୍ଲୀ : ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ପଛରୁ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ଗ୍ୟାସ୍ ଲିକ୍ ହେଉଛି । ଏଥିପାଇଁ ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି । ୟୁପି-ଉତ୍ତରାଖଣ୍ଡ ବର୍ଡର ନିକଟରେ ମୋହଣ୍ଡ ସ୍ଥିତ ଡାଟ କାଳି ମନ୍ଦିର ଏକ୍ସପ୍ରେସ ଓେ୍ବରେ ଦୁର୍ଘଟଣା ଘଟିଛି ।
ଖବର ମୁତାବକ, ୟୁପି-ଉତ୍ତରାଖଣ୍ଡ ବର୍ଡର ନିକଟରେ ମୋହଣ୍ଡ ସ୍ଥିତ ଡାଟ କାଳି ମନ୍ଦିର ନିକଟ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ନାଇଟ୍ରୋଜେନ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଅଗ୍ନିଶମ ଟିମ ଆଲଟର୍ ହୋଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାସହିତ ଉତ୍ତରାଖଣ୍ଡ ଫାୟର ସର୍ଭିସର ଅନ୍ୟ କର୍ମଚାରୀ ଉଦ୍ଧାର କାମରେ ଲାଗିଥିଲେ । ସହାରନପୁରରୁ ଫାୟର ବ୍ରିଗେଡ ଟିମକୁ ଡକାଯାଇଥିଲା ।
ସମ୍ବନ୍ଧୀୟ ଗ୍ୟାସ କମ୍ପାନୀର କର୍ମଚାରୀଙ୍କୁ ତତ୍କାଳ ସୂଚନା ଦିଆଯାଇଛି । ଏହାପରେ ରେସକ୍ୟୁ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିବା ଆଗରୁ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ଗ୍ୟାସ୍ ଲିକ ପରେ ଏକ୍ସପ୍ରେସ ୱେରେ ଜାମ୍ ହୋଇଛି । ଘଟଣା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛି ଲଗାତାର ନଜର ରଖିଛନ୍ତି । ଯାତାୟତ ପାଇଁ ରାସ୍ତା ଡାଇଭର୍ଟ କରାଯାଇଛି ।