Spread the love

ରାଜସ୍ଥାନ : ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ପର ଏବଂ ବୋଲେରୋ ଧକ୍କା ହେବା ପରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିଳମ୍ବିତ ରାତିରେ ଥିରପାଲୀ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୫ ଲୋକ ଆହତ ହୋଇଛନ୍ତି । ଏମାନଙ୍କୁ ଜୟପୁର ମେଡିକାଲକୁ ରେଫର କରାଯାଇଛି ।

ଖବର ମୁତାବକ, ବୋଲେରୋରେ ଥିବା ପରିବା ବିବାହ ସମାରୋହ ପାଇଁ ଯାଉଥିଲା । ଏମାନେ ସିଖମୁଖ ଅଞ୍ଚଳରୁ ପିଲାନୀକୁ ଯାଉଥିଲେ । ଡମ୍ପର ଚୁରକୁ ଆସୁଥିଲା । ଡମ୍ପରଟି ଅନିୟନ୍ତ୍ରିତ ହୋଇ ବୋଲେରୋକୁ ଧକ୍କା ଦେଇଥିଲା । ଡମ୍ପର ସହିତ ବୋଲେରୋ ଧକ୍କା ହୋଇଥିବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଏଥିରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାର କାରଣ ଯାଞ୍ଚ କରୁଛି । ଏଯାଏଁ ଦୁର୍ଘଟଣାର କାରଣ ଜଣାପଡିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡମ୍ପର ହାଇସ୍ପିଡ ଥିବା ଯୋଗୁଁ ନିୟନ୍ତ୍ରଣ ହରାଇ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ସାଦୁଲପୁର-ପିଲାନୀ ରୋଡରେ ଭୀଷଣ ଟ୍ରାଫିକ ଜାମ ଲାଗିଛି । ଅଗ୍ନିଶମ ଟିମ୍ କଠିନ ପରିଶ୍ରମ କରି ଗାଡିରୁ ନିଆଁ ଲିଭାଇଛି । ପ୍ରଥମେ ଆହତଙ୍କୁ ପିଲାନୀର ବିରଲା ହସପିଟାଲାରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ସ୍ଥିତି ଗୁରୁତର ଦେଖି ତାଙ୍କ ଜୟପୁର ରେଫର କରାଯାଇଥିଲା ।

Leave a Reply

Your email address will not be published. Required fields are marked *