Spread the love

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସକୁ ବର୍ଜନ କରିଛନ୍ତି ସରପଞ୍ଚ ସଙ୍ଘ। ମୁଣ୍ଡରେ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ସଭା ସ୍ଥଳରେ ତଳେ ବସି ଥିବା ନଜରକୁ ଆସିଛି।

ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚ ମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ଏଭଳି ପ୍ରତିବାଦ କରି ତଳେ ବସିଥିଲେ। ଅପରାହ୍ନ ସାଢେ ପାଞ୍ଚଟାରେ ସଭା କର୍ଯ୍ୟ ଆରମ୍ଭ ହୋଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ ଏତିକି ବେଳେ ସରପଞ୍ଚ ମାନେ ମୁଣ୍ଡରେ କଳାପଟି ବାନ୍ଧି ସଭା ହଲକୁ ପ୍ରବେଶ କରିଥିଲେ। ସିଧା ସଳଖ ସଭାର ତଳେ ବସିଥିଲେ।

ଉପସ୍ଥିତ ଅଧ୍ୟକ୍ଷ ଓ ଏବିଡ଼ିଓ ସରପଞ୍ଚ ମାନଙ୍କୁ ଚେୟାରରେ ବସିବାକୁ ନିବେଦନ କରିଥିଲେ। ହେଲେ ସରପଞ୍ଚ ମାନେ ନିଜର ଅସନ୍ତୋଷ ଉପସ୍ଥାପନ କରିବା ସହ କିଛି ସମୟ ତଳେ ବସି ଉଠି ଯାଇଥିଲେ। ପଞ୍ଚାୟତରାଜ ଦିବସକୁ କଳାଦିବସ ଭାବେ ପାଳନ କରୁଛୁ ବୋଲି ସରପଞ୍ଚ ମାନେ କହିଥିଲେ। କିଛି ସମୟ ପାଇଁ ସଭାସ୍ଥଳ ଅସ୍ଥିରତା ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *