ଭୁବନେଶ୍ୱର : ନିଫ୍ଟି ଓ ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକାମୀ । ଓ୍ବେଷ୍ଟ ଦିଲ୍ଲୀ ଦ୍ୱାରକାରୁ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍। ଅଜଣା ହ୍ଵାଟସଆପ୍ ଗ୍ରୁପରେ ପ୍ରଭାବଶାଳୀ ଲୋକଙ୍କୁ ଆଡ୍ କରି ଦେଉଥିଲେ। ସେୟାର ବଜାର ଟିପ୍ସ ଦେବା ଆଳରେ ଇନଭେଷ୍ଟମେଣ୍ଟର ଲୋଭ ଦେଉଥିଲେ। ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଉଥିଲେ କୋଟି କୋଟି ଟଙ୍କା ।
୨ କୋଟି ୬ଲକ୍ଷ ୭ ହଜାର ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀର ବିନୟ କୁମାର ଶର୍ମା ଗିରଫ । ଗିରଫ ପରେ ତାଠୁ ସିମ୍ କାର୍ଡ ଓ ଲାପଟପ,ଆଧାରକାର୍ଡ ଓ ପାନ କାର୍ଡ ଜବତ କରାଯାଇଛି। ବିଶେଷ କରି ଏମାନେ ହ୍ଵାଟସଆପ ଗ୍ରୁପରେ ଯୋଡ଼ି ଦେବେ ନମ୍ବର। ପରେ ଗ୍ରୁପରେ ଇନଭେଷ୍ଟମେଣ୍ଟର ଆଲୋଚନା କରିବେ। ନିଜ ଭିତରେ ଠକମାନେ ଭଲ ରିଟର୍ଣ୍ଣ ପାଇଥିବା ଗ୍ରୁପରୁ ମିଛ ସେୟାର କରିବେ। ଓ୍ବେଷ୍ଟ ଦିଲ୍ଲୀରେ ସାଇବର ଟିମ ରେଡ୍ କରି ଅଭିଯୁକ୍ତକୁ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଆଣିଛି ପୋଲିସ।