Spread the love

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଯାଇଥିବା ବେଳେ ତାତିର ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି । ଆଜି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଦିନ ୧ଟା ୩୦ ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଟ କରାଯାଇଛି । ପ୍ରବଳ ଖରାକୁ ନେଇ ହନ୍ତସନ୍ତ ରାଜଧାନୀବାସୀ ।

ଗତକାଲି ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ପରକୁ ରହିଥିଲା ତାଳଚେର । ତାଳଚେରର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ । ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଳାର ତାପମାତ୍ରା ହେଲାଣି । ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବ ଅଧାରୁ ଅଧିକ ରାଜ୍ୟ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ କରାଯାଇଛି। ଆଜି ଗରମ ଏବଂ ଗୁଳୁଗୁଳି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *