Spread the love

ଭୁବନେଶ୍ୱର : RTO ଚାଲାଣ ନାଁରେ ଠକେଇ । ଚାରି ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଠକେଇ ଘଟଣାରେ ରହିଛି ଜାମତାରା ଲିଙ୍କ୍ । APK ଲିଙ୍କ ପଠାଇ ଖାଲି କରିଦେଉଥିଲେ ଆକାଉଣ୍ଟ। ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡିଛି ଗ୍ୟାଙ୍ଗର ଜଣେ ରାଜ୍ୟ ବାହାରର ଠକ । ଝାରଖଣ୍ଡର ଅଭିଯୁକ୍ତ ମୁକେଶ ତୁରୀ ଏପିକେ ଲିଙ୍କ୍ ପଠାଉଥିଲା । ତା ପରେ ଅନ୍ୟ ଅଭିଯୁକ୍ତ ମହମ୍ମଦ ଆବାସ, ମହମ୍ମଦ ସଲମାନ, ମହମ୍ମଦ ଅମୀର ଠକେଇର ଜାଲ ବିଛାଉଥିଲେ ।

ବିଭିନ୍ନ ଲୋକଙ୍କ ନାଁରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ଜଣଙ୍କ ପିଛା ୬ହଜାର ଟଙ୍କା କମିଶନ ଦେଉଥିଲେ ଅଭିଯୁକ୍ତ । ଅବଶିଷ୍ଟ ଟଙ୍କାକୁ ନିଜେ ଚଳୁ କରୁଥିଲେ । ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଠକେଇ କରିଥିଲେ ଏହି ରାକେଟ ।  RTO ଚାଲାଣର ଭ୍ରମ ସୃଷ୍ଟି କରି ଲୋକଙ୍କୁ ଚୂନ ମାରୁଥିଲେ । APK ଲିଙ୍କ ପଠାଇ ଗୋଟିଏ କ୍ଲିକରେ କରୁଥିଲେ ଆକାଉଣ୍ଟକୁ ସଫା ।  ସାଇବର ଠକଙ୍କ କାରନାମା ନେଇ ଗୁମର ଖୋଲିଛି ପୋଲିସ ।

Leave a Reply

Your email address will not be published. Required fields are marked *