ଯାଜପୁର ରୋଡ: ପିଲାଙ୍କ ପ୍ୟାଣ୍ଟରେ ପ୍ରଧାନଶିକ୍ଷକ ବିଛୁଆତି ପୁରାଇ ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ବାସୁଦେବ ଦେହୁରୀଙ୍କୁ ନିଲମ୍ବନ କରିଛନ୍ତି । ଗତ ୧୭ ତାରିଖରେ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଡାଳ ପୁରାଇ ଦେଇଥିଲେ ପ୍ରଧାନଶିକ୍ଷକ । ଏଥିରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇଥିଲେ । ଅଭିଭାବକମାନେ ଏହା ଜାଣିବା ପରେ ସ୍କୁଲର ଫାଟକ ଆଗରେ ଧାରଣା ଦେଇଥିଲେ।
ତେବେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିଲ । ତେବେ ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଏହାପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସୁକିନ୍ଦା ବ୍ଲକ ଶିକ୍ଷା ଧିକାରୀ ।