Spread the love

ଭଦ୍ରକ: ଟ୍ରେନରୁ ଉଦ୍ଧାର ହେଲେ ୧୪ ଶିଶୁ । ଭଦ୍ରକ ଆରପିଏଫ ସହଯୋଗରେ ଯାଜପୁରରୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ୍ । ଜନଶତାଦ୍ଦୀ ଏକ୍ସପ୍ରେସରେ ୧୪ ଜଣ ଶିଶୁ ବିହାରରୁ ଟ୍ରେନ ଯୋଗେ ନିଆଯାଉଥବା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟକୁ କେହି ଖବର ଦେଇଥିଲେ । ଏନେଇ ଭଦ୍ରକ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଭଦ୍ରକ ରେଳବାଇ ପୋଲିସ ବିଭିନ୍ନ ବଗିରେ ଖୋଜିବା ପରେ ଯାଜପୁର ଷ୍ଟେସନରୁ ସେମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ସମସ୍ତଙ୍କୁ ଭଦ୍ରକ ଅଣାଯାଇଛି ।  ତେବେ କିଏ ଓ କଣ ପାଇଁ ସେମାନଙ୍କୁ ଆଣୁଥିଲା ଅଧିକ ତଦନ୍ତ କରୁଛି ଜିଆରପି ଓ ଚାଇଲଡ ହେଲ୍ପ ଲାଇନ୍ ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଉଦ୍ଧାର ହୋଇଥିଲା ଜଣେ ଶିଶୁ । ସକାଳୁ ସକାଳୁ ଟ୍ରେନରୁ ଉଦ୍ଧାର ହେଲା ଦୁଇ ଦିନର ଶିଶୁ ପୁତ୍ର । ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଉଦ୍ଧାର କରିଲା ଆରପିଏଫ। ଦୁଇ ଦିନର ଶିଶୁକୁ ଜନ୍ମ କରିଥିବା ମା ଟ୍ରେନରେ ଛାଡିଦେଇଥିବା ନେଇ ସନ୍ଦେହ ।

Leave a Reply

Your email address will not be published. Required fields are marked *