Spread the love

ଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି । ଏଥିରେ ଗାଁର ରଜନୀ ନାୟକଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଆଜବେଷ୍ଟସ ଛାତ ସହ କାନ୍ଥ ଭାଙ୍ଗି ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ହଠାତ ଗାଁ ଭିତରକୁ ପଶି ଆସିଥିଲା । ଭୟରେ ସମସ୍ତେ ଘର ଛାଡି ବାହାରକୁ ପଳାଇ ଆସିଥିଲେ । ଦୀର୍ଘ ସମୟ ଧରି ଗାଁରେ ଉପଦ୍ରବ କରିଥିଲା ଦନ୍ତା। ଦୀର୍ଘ ସମୟ ଉପଦ୍ରବ କରିବା ପରେ ଜଙ୍ଗଲ ମୁହାଁ ହୋଇଥିବା ଜଣାପଡିଛି ।

ସେହିପରି, ଗତ ୫ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖର ଚଣ୍ଡି ପାହାଡରେ ଡେରା ପକାଇଥିଲେ । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ ଘଉଡ଼ାଇବା ପାଇଁ ନାଇଟ ଅପରେସନ କରିଥିଲା ଚନ୍ଦକା ବନଖଣ୍ଡ ।

Leave a Reply

Your email address will not be published. Required fields are marked *