Spread the love

ବିହାର : ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ହେଲା ନାହିଁ । ଏବେ ନିଶାନ୍ତ କୁମାରଙ୍କୁ Z ସିକ୍ୟୁରିଟି ପ୍ରଦାନ କରାଯାଇଛି । ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟର ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନିଶାନ୍ତ କୁମାରଙ୍କ ବ୍ୟତୀତ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ବିଜୟ କୁମାର ସିହ୍ନାଙ୍କୁ ମଧ୍ୟ Z ସୁରକ୍ଷା ମିଳିବ । ପୂର୍ବରୁ ସିହ୍ନାଙ୍କୁ Z+ ସୁରକ୍ଷା ଦିଆଯାଇଥିଲା, ଅର୍ଥାତ୍ ବର୍ତ୍ତମାନ ତାଙ୍କ ସୁରକ୍ଷା ହ୍ରାସ କରାଯାଇଛି । ସେହିଭଳି ବରିଷ୍ଠ JDU ନେତା ଶ୍ରବଣ କୁମାରଙ୍କୁ Y+ ସୁରକ୍ଷା ଦିଆଯାଇଛି ।

ନୀତିଶ କୁମାରଙ୍କ ପୁଅ ନିଶାନ୍ତ ବର୍ତ୍ତମାନ କୌଣସି ସରକାରୀ ପଦବୀରେ ନାହାନ୍ତି। ନୂତନ ସରକାର ଗଠନ ହେବା ପୂର୍ବରୁ ସେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆଲୋଚନା ହେଉଥିଲା । କିନ୍ତୁ କୌଣସି କାରଣରୁ ଏହା ହୋଇପାରିନଥିଲା ।

Leave a Reply

Your email address will not be published. Required fields are marked *