ଗ୍ରାହକ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଲ୍ ସେଣ୍ଟରର କ୍ଷମତା ଦୈନିକ ୧୦୦ ରୁ ୧୫୦ ଲଗଇନ୍କୁ ବୃଦ୍ଧି କରାଯାଇଛି। ଗ୍ରାହକମାନେ ଯେପରି ବିଦ୍ୟୁତ ସେବା ବ୍ୟାଘାତ ସମ୍ବନ୍ଧୀୟ ଲାଇଭ୍ ସୂଚନା ତୁରନ୍ତ ପାଇପାରିବେ, ସେଥିପାଇଁ ମିସଡ୍-କଲ୍ ଏବଂ ସିଙ୍ଗଲ୍-କ୍ଲିକ୍ ସୁବିଧା ଆରମ୍ଭ କରାଯାଇଛି। ଆଇଭିଆର୍ଏସ୍, ୱେବସାଇଟ୍, ଆପ୍ ଏବଂ ସ୍ୱୟଂ ସେବା ମାଧ୍ୟମରେ ଅନଲାଇନ୍ ଅଭିଯୋଗ ପଞ୍ଜୀକରଣକୁ ସହଜ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ, ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଏବଂ ସ୍ଥାନୀୟ ଘୋଷଣା ମାଧ୍ୟମରେ ବିଦ୍ୟୁତ କାଟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଛି ବୋଲି ଅଧିକାରୀ ଓ ଯୋଗାଣ କମ୍ପାନୀର କର୍ମକର୍ତ୍ତାମାନେ ସୂଚିତ କରିଥିଲେ।
ଏଥିସହିତ ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ ବିଲ୍ ବକେୟା ଥିଲେ ମଧ୍ୟ ସଂଯୋଗ ବିଛିନ୍ନ ନକରିବାକୁ ବିଭାଗକୁ ପୁଣିଥରେ କହିଛନ୍ତି। ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ସିଏମଡି ଓପିଟିସିଏଲ ଭାସ୍କର ଜ୍ୟୋତି ଶର୍ମା, ଏମଡି ଗ୍ରୀଡ଼କୋ ସତ୍ୟପ୍ରିୟ ରଥ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଡ଼ିସକମ୍ ର ସିଇଓ, ଓଏଚପିସି, ଗ୍ରୀଡ଼କୋ, ଓପିଟିସିଏଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।