Spread the love

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସାଇସ୍ପଜେଟ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥିଲା । ଏହି ଧକ୍କା ଫଳରେ ସ୍ପାଇସଜେଟ ବିମାନର ଡାହାଣ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବ ବେଳେ ଆକାସା ଏୟାର ବିମାନର ବାମ ପଟେ ଥିବା ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି ।

ଆକାଶା ଏୟାରର ପ୍ରବକ୍ତା କହିଛନ୍ତି, ଆକାଶ ଏୟାରର ବିମାନ ରନୱେରେ ଠିଆ ହୋଇଥିଲା, ସେତେବେଳେ ସ୍ପାଇସଜେଟ ବିମାନ ଧକ୍କା ଦେଇଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି । ଏୟାରଲାଇନ୍ସ ତରଫରୁ ଯାତ୍ରୀଙ୍କୁ ତୁରନ୍ତ ହାଇଦ୍ରାବାଦ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ।

ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଟ୍ୟାକ୍ସି କରୁଥିବା ବେଳେ ସ୍ପାଇସଜେଟ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ତେଣୁ ବିମାନର ଡାହାଣ ୱିଙ୍ଗ ଏବଂ ଅନ୍ୟ ବିମାନର ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି । ସ୍ପାଇସଜେଟ ବିମାନକୁ ଦିଲ୍ଲୀରେ ରୋକିଦିଆଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୩ ଫେବୃଆରୀରେ ମୁମ୍ବାଇ ଏୟାରପୋର୍ଟରେ ଏଭଳି ଏକ ଘଟଣା ଘଟିଥିଲା । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ଏଭଳି ଧକ୍କା ହୋଇଥିଲା ।

Leave a Reply

Your email address will not be published. Required fields are marked *