Spread the love

ନୂଆଦିଲ୍ଲୀ : ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଏବେ ଗୁରୁତର ଅବହେଳା ଅଭିଯୋଗ । ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରେ ୩୩୧ ଜଣ ପିଲାଙ୍କୁ HIV ପଜିଟିଭ୍ । ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । THQ ଟାଉନସା ହସ୍ପିଟାଲରେ ଗୋଟିଏ ସିରିଞ୍ଜ ପୁନଃବ୍ୟବହାର କରାଯାଉଥିଲା । ଯେଉଁଥିପାଇଁ ଏତେ ପିଲା HIV ପଜିଟିଭ୍ ସଂକ୍ରମଣ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

HIV ସଂକ୍ରମଣରେ ୮ ବର୍ଷୀୟ ମହମ୍ମଦ ଅମିନର ମୃତ୍ୟୁ ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ତାଙ୍କ ଭଉଣୀ, ଆସମା ମଧ୍ୟ HIV-ପଜିଟିଭ୍ । ମା’ ଦାବି କରିଛନ୍ତି ଯେ, ଡାକ୍ତରଖାନାରେ ଚିକିତ୍ସା ସମୟରେ ଦୂଷିତ ଛୁଞ୍ଚିରୁ ପିଲାମାନେ HIV ସଂକ୍ରମିତ ହୋଇଥିଲେ । ଅଭିଯୋଗ ଅନୁସାରେ ୩୨ ଘଣ୍ଟାରେ ଭାଏଲରେ ୧୦ ଥର ସିରିଞ୍ଜ ପୁନଃବ୍ୟବହାର କରାଯାଇଥିଲା । ଏହି ମାମଲାରେ ଚାରିଟିରେ ସମାନ ଔଷଧ ଅନ୍ୟ ପିଲାମାନଙ୍କୁ ଦିଆଯାଇଥିଲା ।

ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଅଲତାଫ ଅହମ୍ମଦ କହିଛନ୍ତି ଯେ, ସିରିଞ୍ଜର ପଛ ପାର୍ଶ୍ୱ ଏକ ନୂତନ ଛୁଞ୍ଚି ଦିଆଗଲେ ମଧ୍ୟ ଭାଇରସ୍ ସଂକ୍ରମଣ କରିପାରେ । ତେବେ ତଦନ୍ତରୁ ଜଣାପଡିଛି ଯେ, ହସ୍ପିଟାଲ କର୍ମଚାରୀମାନେ ୬୬ ଥର ଜୀବାଣୁମୁକ୍ତ ଗ୍ଲୋଭସ୍ ବିନା ଇଞ୍ଜେକ୍ସନ ଦେଇଥିଲେ । ପଞ୍ଜାବ ଏଡ୍ସ ସ୍କ୍ରିନିଂ ପ୍ରୋଗ୍ରାମର ତଥ୍ୟ ଅନୁଯାୟୀ, ଅଧାରୁ ଅଧିକ ମାମଲାରେ “ଦୂଷିତ ଛୁଞ୍ଚି” ସଂକ୍ରମଣର କାରଣ ବୋଲି ଦର୍ଶାଯାଇଛି ।

ତେବେ ଏଭଳି ଘଟଣାକୁ ନେଇ ହସପିଟାଲ ପ୍ରାଧିକରଣ ତରଫରୁ କୌଣସି ଦାୟିତ୍ବହୀନତା ଏବଂ ଭୁଲ୍ କାମ କରିଥିବା ନେଇ ମନା କରିଛି । ହସପିଟାଲ ମେଡିକାଲ ସୁପରିଟେଣ୍ଡେଣ୍ଟ ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *