ତାଳଚେର : ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଓଳନ୍ଦା ଗାଁରେ ଗାଈ ମଡ଼କ । ୧୦ ଦିନରେ ମଲେଣି ୨୦୦ରୁ ଊର୍ଦ୍ଧ୍ବ ଗାଈ। ଅଜଣା ରୋଗ ଆତଙ୍କ ଯୋଗୁ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗାଁରେ ଗୋରୁଗାଈ ସଂଖ୍ୟା ପାଖାପାଖି ୫୦୦ ରୁ ୬୦୦ ଥିବା ବେଳେ ଗତ ୧୦ଦିନ ମଧ୍ଯରେ ମଲେଣି ପ୍ରାୟ ୨୫୦ ଗୋରୁ । ମୃତ୍ଯୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଗୋରୁମାନେ ଜଙ୍ଗଲକୁ ଚରିବାକୁ ଯାଇ ରୋଗରେ ପଡ଼ୁଥିବା ଜଣାପଡ଼ିଛି । ଜଙ୍ଗଲରୁ ଫେରି ଗୋରୁମାନେ ହଠାତ ରକ୍ତବାନ୍ତି କରୁଛନ୍ତି, ଆଉ ଦଶ ପନ୍ଦର ମିନିଟ୍ ମଧ୍ୟରେ ପ୍ରାଣ ହରାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ଅଭିଯୋଗ ପରେ ବି ପଶୁ ଚିକିତ୍ସକ ଏପର୍ଯ୍ୟନ୍ତ ଗାଁକୁ ଆସି ନଥିବା ଜଣାଯାଇଛି ।