ନୂଆଦିଲ୍ଲୀ: ପଞ୍ଜାବରେ ଆପ୍ ସରକାର ରାଘବ ଚଢାଙ୍କ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି । ଆଉ ରାଘବ ଚଢା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ସୂଚନା ମିଳୁଛି । କେନ୍ଦ୍ର ସରକାର ତାଙ୍କୁ “Z” କାଟାଗୋରି ପ୍ରଦାନ କରିବେ ବୋଲି ଜଣାପଡିଛି । ଦିଲ୍ଲୀ ଏବଂ ପଞ୍ଜାବରେ ତାଙ୍କୁ “Z” କାଟାଗୋରି ମିଳିବ କିନ୍ତୁ ଅନ୍ୟ ସ୍ଥାନରେ Y ପ୍ଲସ ସିକ୍ୟୁରିଟି ଦିଆଯିବ ବୋଲି ଜଣାପଡିଛି ।
ଆମ ଆଦମୀ ପାର୍ଟି ନିକଟରେ ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦବୀରେ ହଟାଇଥିଲା ଏବଂ ସଦନରେ କହିବା ପାଇଁ ରୋକ୍ ଲଗାଇଥିଲା । ତାଙ୍କ ସ୍ଥାନରେ ଆପ୍ ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ପାର୍ଟିର ଉପନେତା କରିଥିଲା । ଆଉ ଆଜି ଇଡି ତରଫରୁ ଅଶୋକ ମିତ୍ତଲଙ୍କ ଜଳନ୍ଧର ସ୍ଥିତ ବାସଭବନ ଏବଂ ୟୁନିଭରସିଟିରେ ରେଡ୍ କରିଛି ।
“Z” କାଟାଗୋରି ସୁରକ୍ଷା କଭର ଅଧୀନରେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ମୋଟ ୨୨ ଜଣ କର୍ମଚାରୀ ନିୟୋଜିତ ରହିଥାନ୍ତି । ଏହି କର୍ମଚାରୀମାନଙ୍କ ମଧ୍ୟରେ ଦିଲ୍ଲୀ ପୋଲିସ, ITBP କିମ୍ବା CRPFର ସଶସ୍ତ୍ର ବିଭାଗର ଅଫିସର ରହିଥାନ୍ତି । ଏହି ପରିଧି ମଧ୍ୟରେ ନିୟୋଜିତ କମାଣ୍ଡୋମାନେ ସପ୍ତାହର ସାତ ଦିନ, ୨୪ ଘଣ୍ଟା ବ୍ୟକ୍ତିଙ୍କ ସୁରକ୍ଷା ଉପରେ ନଜର ରଖନ୍ତି ।
ଭାରତରେ କୌଣସି ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବା କି ନାହିଁ ତାହା ସମ୍ପୂର୍ଣ୍ଣ ଭାବରେ ମୂଲ୍ୟାଙ୍କନ ଉପରେ ନିର୍ଭର କରେ । ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଏବଂ ସମ୍ପୃକ୍ତ ରାଜ୍ୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଗୃହ ମନ୍ତ୍ରଣାଳୟକୁ ସେମାନଙ୍କର ରିପୋର୍ଟ ଦାଖଲ କରନ୍ତି । ଭାରତରେ Z-ବର୍ଗ ସୁରକ୍ଷାର ମାସିକ ଖର୍ଚ୍ଚ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।